୧୫.୦୯.୨୦୧୯ ମୁଖ୍ୟ ଖବର
(କ୍ରାନ୍ତି ଓଡ଼ିଶା)
ମାନ୍ଦାବାସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେତେକ ବଡ଼ ଘୋଷଣା କରିଛନ୍ତି।
୬୦% ପର୍ଯ୍ୟନ୍ତ ନିର୍ମାଣ ହୋଇ ପଡିରହିଥିବା ଗୃହ ନିର୍ମାଣ ପ୍ରକଳ୍ପକୁ ସଂମ୍ପୂର୍ଣ୍ଣ କରିବା ପାଇଁ ସରକାର ୧୦ ହଜାର କୋଟି ଟଙ୍କା ଯୋଗାଇ ଦେବେ ବୋଲି ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି ।
ଛତିଶଗଡ଼ର ବସ୍ତର ଡିଭିଜନରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ୨ ହଜାରରୁ ଅଧିକ ଉପହାରକୁ ଆଜିଠାରୁ ଅନ୍ଲାଇନ୍ ଜରିଆରେ ଇ-ନିଲାମୀ କରାଯାଉଛି।
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ‘ଗୋଟିଏ ଦେଶ, ଗୋଟିଏ ଭାଷା’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଡିଏମକେ ଏହାକୁ କଡ଼ା ସମାଲୋଚନା କରିଥିବାବେଳେ ଏଆଇଏମଆଇଏମ ମୁଖ୍ୟ ଆସାଉଦ୍ଦିନ ଓୱେସୀ ମଧ୍ୟ କଡ଼ା ଜବାବ ଦେଇଛନ୍ତି।
କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ଉପରୁ ଗିରଫଦାରି ରୋକ୍ ହଟାଯିବା ପରେ ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି, ଶାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିବାର ସମ୍ଭାବନା ରହିଥିବାରୁ ସେ ଆତ୍ମଗୋପନ କରିଥିବା ଜଣାପଡ଼ିଛି।
ଜାମ୍ମୁ-କାଶ୍ମୀରର ହାଜିପୀର ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଯୁଦ୍ଧ ବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ଯବାନମାନଙ୍କ କାର୍ଯ୍ୟାନୁଷ୍ଠାନରେ ୨ ପାକ୍ ସୈନ୍ୟ ନିହତ ହୋଇଛନ୍ତି। ଏହା ପରେ ପାକ୍ ସେନା ଧଳା ପତାକା ଦେଖାଇ ନିଜର ଯବାନମାନଙ୍କୁ ଘଟଣାସ୍ଥଳରୁ ନେଇଯାଇଛି।
ରାଜ୍ୟରେ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି, କାର୍ଯ୍ୟକ୍ରମର ୨ୟ ଦିନ ମୁଖ୍ୟମନ୍ତ୍ରୀ, ଅଭିଯୋଗକାରୀଙ୍କ ସହ କଥା ହେବେ।
ଛାଡ଼ପତ୍ର ମାମଲା ଚାଲୁଥିବା ମହିଳାଙ୍କୁ ଏଣିକି ପେନସନ ମିଳିବ । ମଧୁବାବୁ ପେନସନ ଯୋଜନା ଆଧାରରେ ମହିଳାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ବାର୍ଷିକ ୪୦ ହଜାରରୁ କମ୍ ଆୟ ଥିବା ମହିଳାଙ୍କୁ ଏହି ଯୋଜନାର ଅର୍ନ୍ତଭୁକ୍ତ କରାଯିବ ।
ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଛୁଆଲି ବେରନାରେ ଏକ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ ଆହତ ହୋଇଛି । ବିନୋଦର ଡ଼ାହଣ ଗୋଡ଼ରେ ଗୁଳି ବଜିଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟକରେ ଭର୍ତ୍ତି କରାଯାଇଛି । ତା’ ପାଖରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଜବତ କରାଯାଇଛି ।
ବାଲେଶ୍ୱରର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଗାଡ଼ି ଚେକିଂ ବାହାନାରେ ଡ୍ରାଇଭରଙ୍କୁ ଚନ୍ଦା ମାଗିବା ସହ ଡ୍ରାଇଭର ଓ ତୀର୍ଥଯାତ୍ରୀଙ୍କୁ ମଡ଼ ମାରି ନକଲି ଏମଭିଆଇ ଗିରଫ।
ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥ ଓଳିଆପାଟଣା ଛକ ନିକଟରେ ଥିବା ପୋଲ ତଳକୁ ଶନିବାର ଏକ କାର ଖସି ପଡିବାରୁ ଏକ ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳ ୫ ଜଣ ଆହତ ହୋଇଛନ୍ତି।
ସ୍ୱଦେଶୀ ଜ୍ଞାନ କୌଶଳରେ ଦୁଇଟି ସ୍ନାଇପର ରାଇଫଲ ନିର୍ମାଣ କରି ଏକ ଭାରତୀୟ କମ୍ପାନୀ ଇତିହାସ ରଚିଛି। ଏବେ ଏହାର ପ୍ରେଟୋଟାଇପ ଉପଲବ୍ଧ ରହିଛି। ଏହି ବନ୍ଧୁକକୁ ଭାରତର ଏସଏସଏସ ଡିଫେନ୍ସ କମ୍ପାନୀ ନିର୍ମାଣ କରିଛି।
ବରିଷ୍ଠ ଏନସିପି ନେତା ଉଦୟାନରାଜେ ଭୋସଲେ ଦଳ ଏବଂ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ଶନିବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।
ଭାରତୀୟ ଜନତା ପାର୍ଟି ଆଜି ସଂଜୟ ଜୟସୱାଲଙ୍କୁ ବିହାର ଏବଂ ସତୀଶ ପୁନିଆଙ୍କୁ ରାଜସ୍ଥାନ ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି।
ସାରା ଦେଶରେ ସାଢ଼େ ୧୨ ହଜାର ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିମଧ୍ୟରୁ ୪ହଜାର କେନ୍ଦ୍ର ଚଳିତ ବର୍ଷ ଖୋଲାଯିବ ବୋଲି ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେଶୋ ନାୟକ କହିଛନ୍ତି।
ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ବେଲ୍ଜିୟମ୍ ଇଣ୍ଟର୍ନ୍ୟାସନାଲ୍ ଚ୍ୟାଲେଞ୍ଜ୍ ପୁରୁଷ ସିଙ୍ଗଲ୍ସ୍ ଫାଇନାଲରେ ପ୍ରବେଶ କରିଛନ୍ତି।
ସାଉଦି ଆରବର ପୂର୍ବାଞ୍ଚଳରେ ଥିବା ଏକ ତୈଳ ଖଣି ଏବଂ ଆରାମ୍କୋ ତୈଳ ବିଶୋଧନ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ହୋଇଛି। ଫଳରେ ଉଭୟ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖଣିରେ ନିଆଁ ଲାଗିଥିବାବେଳେ ପୂର୍ବାଞ୍ଚଳ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇପଡ଼ିଛି।