କଟକରେ ଓଡ଼ିଶା ସୁରକ୍ଷା ସେନାର ସଭ୍ୟ ସଂଗ୍ରହ ଆରମ୍ବ ; ୫୦ହଜାର ସଦସ୍ୟ ସଂଗ୍ରହ ଯୋଜନା।

Advertisement
Advertisement
Click for Any Complaint Regarding This News
AAA Online Services

 

କଟକ : ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆଜି ଦଳୀୟ କାର୍ଯାଳୟ ଠାରେ ଦଳ ମୁଖ୍ୟ ଅଭିଷେକ ଯୋଶୀ ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ସୁରକ୍ଷା ସେନା ପକ୍ଷରୁ କୁହାଯାଇଛି ଯେ କଟକରେ ବର୍ତ୍ତମାନ ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ବ ହୋଇଛି। ଆଗକୁ ଆସୁଥିବା ପୌର ନିର୍ବାଚନ ଦୃଷ୍ଟିରେ ରଖି ଓ ଦଳ କୁ ଆହୁରି ମଜବୁତ କରିବା ପାଇଁ ଆସନ୍ତା ୩ ମାସରେ କଟକରେ ୫୦ହଜାର ସଦସ୍ୟ ସଂଗ୍ରହ କରିବାର ଯୋଜନା ରହିଛି। ଏହି ସଭ୍ୟ ସଂଗ୍ରହ ଅଭିଯାନରେ ବହୁ ମାତ୍ରାରେ ସାମିଲ ହେବାପାଇଁ କଟକବାସୀଙ୍କୁ ଆବାହନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା ଓ ସଫଳ କରିବା ପାଇଁ ଦଳ ପକ୍ଷରୁ ସବ୍ୟସାଚୀ ଶତପଥୀ, ସତ୍ୟବ୍ରତ ପଣ୍ଡା, ଦେବବ୍ରତ ମିଶ୍ର ଓ କୈଳାଶ ବେହେରାଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି।

Please Share

Leave a Reply

Your email address will not be published. Required fields are marked *