କଟକ : ଆଇ କଟକ ନଗର କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ରୀୟ ଆରଡ଼ିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ରରେ କଂଗ୍ରେସ ପକ୍ଷରୁ କଟକ ସହରରେ ପାର୍ବଣଋତୁ ପୂର୍ବରୁ ସବୁ ମୌଳିକ କାର୍ଯ୍ୟ ଯଥା ରାସ୍ତା ଘାଟ, ବିଜୁଳି, ନାଲ ନର୍ଦମା ଆଦି ଠିକ କରିବା ପାଇଁ ଦାବି କରାଯାଇଛି।
ଏହି ପ୍ରତିନିଧିମଣ୍ଡଳୀରେ ଗିରିବାଲା ବେହେରା, ଶରତ ଚନ୍ଦ୍ର ସେଠୀ, ବିଜୟ ବାରିକ,ଅର୍ଯ୍ୟବିର ଲେଙ୍କା,ଈର୍ଷାତ ଜାହାଁ ଶୈଳବାଳା ଜେନା, ସୂର୍ଯ୍ୟକାନ୍ତ ରାଉତ, ଶେଖ ସମିମଉଲ୍ଲା, ଅରୁଣ ସେଠୀ, ବିକି ଚକ୍ରବର୍ତ୍ତୀ,ଅଶ୍ୱିନୀ ମହାରଣା, ରାଜଶ୍ରୀ ପାତ୍ର, ଅଙ୍ଗୁରି ବେଗମ, ଶ୍ରୀୟା ସମ୍ବେଦନା, ଲିଜରାଣୀ ରାଉତ,ଶେଖ ଜିଆଉଦିନ,ଶେଖ ଗୁଲାମୋଇଦିନ ଆଦି ପ୍ରମୁଖ ଯୋଗ ଦେଇଥିଲେ।