କଟକରେ ସ୍ୱାୟତ ଶାସନ ଦିବସରେ ସରକାର ସହିତ କାନ୍ଧରେ କାନ୍ଧ ମିସେଇଲେ ବିଧାୟକ ମହମ୍ମଦ ମୋକିମ

Advertisement
Advertisement
Click for Any Complaint Regarding This News
AAA Online Services

କଟକ : ହଜାରେ ବର୍ଷର ସହର କଟକ । ସହରକୁ ଉନ୍ନତି କରିବା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉଥିବା ବେଳେ ବିରୋଧୀ ଦଳ କଂଗ୍ରେସର ନବନିର୍ବାଚିତ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଅଣ୍ଟା ଭିଡିଛନ୍ତି। ରାଜ୍ୟ ସରକାର ବହୁ ବ୍ୟବଧାନ ପରେ ରାଜ୍ୟର ସର୍ବ ପୁରାତନ ମୁନସିପଲ କର୍ପୋରେସନରେ ଜଣେ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି ସ୍ୱାୟତ ଶାସନ ଦିବସରେ ସହରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଯୋଗ ଦେଇଥିଲେ। ଅନ୍ୟ ପକ୍ଷରେ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ସବୁ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଦେଖା ଯାଇଥିଲେ। ସନ୍ଧ୍ୟା ସମୟରେ କଟକ ମୁନସିପଲ କର୍ପୋରେସନ ତରଫରୁ ସହିଦ ଭବନ ଠାରେ ଏହି ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରକାରରେ ମନ୍ତ୍ରୀ ଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମେତ କଟକ ସାଂସଦ ଓ ଜିଲ୍ଲାର ସବୁ ବିଧାୟକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମଧ୍ୟ ବିରୋଧୀ ଦଳ ବିଧାୟକ ମହମ୍ମଦ ମୋକିମ ଉପସ୍ଥିତ ରହି ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ନିଜର ଭାଗିଦାରୀ ଜାହିର କରି ଅଂଶ ଗ୍ରହଣ କରିଥିଲେ।

Please Share

Leave a Reply

Your email address will not be published. Required fields are marked *