ବ୍ରହ୍ମପୁର: ନିଜ ଜନ୍ମଦିନ ସମସ୍ତଙ୍କ ପାଇଁ ଏକ ଖୁସି ଓ ଉତ୍ସାହର ଦିନ ହୋଇ ଥାଏ । କେବଳ ଯେ ଏହି ଦିନଟି ସେଇ ବ୍ୟକ୍ତି ନୁହେଁ ବରଂ ତାଙ୍କର ପରିବାର ଓ ତାଙ୍କୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ଖୁସି ଓ ଉତ୍ସାହର ଦିନ। ଆଜି ଆମେ ଆପଣଙ୍କୁ ଏଭଳି ଯୁବ ଶିକ୍ଷକଙ୍କ ଜନ୍ମଦିନ କାହାଣୀ ବିଷୟରେ କହିବୁ ଯାହାକି କୌଣସି ଚଳଚ୍ଚିତ୍ରର ଅଭିନୟ କରୁଥିବା ହିରୋ ଠୁ କମ ନୁହେଁ। ଏହି ଯୁବକ ଶିକ୍ଷକଙ୍କ ନାମ କାଁହୁ ଚରଣ ପାତ୍ର ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ । ସେ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ବ ହେବ ଗରିବ ପିଲାମାନଙ୍କୁ ନିଶୁଳ୍କ ଶିକ୍ଷା ଦାନ କରିଆସୁଛନ୍ତି । ସାମାଜିକ ଜୀବନରେ ମଧ୍ୟ ତାଙ୍କ ବୃକ୍ଷରୋପଣ କାର୍ଯ୍ୟ ଦ୍ୱାରା ନିଜ ଅଞ୍ଚଳରେ ସେ ଖୁବ ପରିଚିତ । କେବଳ ସାମାଜିକ କି ଶିକ୍ଷା କ୍ଷେତ୍ରରେ ସୀମିତ ନୁହନ୍ତି ସେ , ସମାଜକୁ ସଂସ୍କାର କରିବା ପାଇଁ ରାଜନୀତି ମଇଦାନରେ ମଧ୍ୟ ଖୁବ ଭଲ ଓ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି କାଁହୁ । ଏଭଳି ଏକ ବ୍ୟକ୍ତିତ୍ୱ ଯିଏ କି ଏକାସହିତ ଶିକ୍ଷକ, ସାମାଜିକ କାର୍ଯ୍ୟକର୍ତା ଓ ନେତା ଅଟନ୍ତି ବର୍ତ୍ତମାନ ସମୟରେ ପାଇବା ଦୁର୍ଲଭ।
ଆଜି ହେଉଛି ଏହି ଯୁବ ଶିକ୍ଷକଙ୍କ ଜନ୍ମଦିନ । ଆଜି ନିଜ ଜନ୍ମଦିନ ବିଷୟରେ ସର୍ବପ୍ରଥମ ତାଙ୍କୁ ତାଙ୍କର ଛାତ୍ର- ଛାତ୍ରୀ ମନେ ପକେଇ ଦେଇଥିଲେ । ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଆସି ନିଜ ଶିକ୍ଷକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଥିଲେ। ପରେ ପରେ ବନ୍ଧୁ ବାନ୍ଧବ ଓ ପରିବାର ଲୋକଙ୍କ ଶୁଭେଚ୍ଛା ର ସୁଅ ଛୁଟିଲା । ଏହି ମିଷ୍ଟ ଭାସି ଓ ମିଳାପୀ ବ୍ୟକ୍ତି ସମସ୍ତଙ୍କ ଅତି ପ୍ରିୟ ଅଟନ୍ତି।
ତେବେ ନିଜ ଜନ୍ମଦିନରେ ସେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଆଜି ବ୍ରହ୍ମପୁର ମେଡିକାଲ ଯାଇ ସେ ରକ୍ତଦାନ କରିଛନ୍ତି । ଏଭଳି ଖୁସିର ଦିନରେ ସମସ୍ତେ ମଉଜ ମସ୍ତି ଓ ବୁଲା ବୁଲି କରି ପାଳନ କରୁଥିବା ବେଳେ ସେ ଏହି ଦିନରେ ମେଡିକାଲ ଯାଇ ରୋଗୀ ସେବା ଓ ରକ୍ତ ଦାନ କରି ନିଜ ଜନ୍ମଦିନ ପାଳନ କରିଛନ୍ତି । ସେ କହିଛନ୍ତି ଯେ ନିଜ ଜନ୍ମଦିନରେ ଅନ୍ୟ ଜନଙ୍କର ଜୀବନ ବଞ୍ଚେଇବା ଠୁ ପୁଣ୍ୟ ଆଉ କଣ ହେବ । ତାଙ୍କର ଏଭଳି ମହତ ଚିନ୍ତା ଓ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ଓ ଉଦାହରଣ ହୋଇ ରହିବ । ଏଭଳି କାର୍ଯ୍ୟ ଓ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରୁଥିବା ଏହି ଶିକ୍ଷକଙ୍କୁ ସବୁ ମହଲରୁ ଉଚ୍ଚ ପ୍ରଶଂସା ମିଳିଛି।