କଟକ ଡେସ୍କ : ସଂପ୍ରତ୍ତି ଓଡିଶା ସରକାରଙ୍କ ତରଫରୁ ପୁରୀ ପୌରପାଳିକା ଙ୍କ ଉଦ୍ଦେଶ୍ୟ ମୂଳକ ଭାବେ ଶହ ଶହ ବର୍ଷ ଧରି ହିନ୍ଦୁ ସଂସ୍କୃତି ର ମାନ ମର୍ଯ୍ୟାଦା ବଢାଉଥିବା ମଠ ଗୁଡିକୁ ଉଚ୍ଛେଦ ବିରୁଦ୍ଧରେ “ଓଡିଶା ସୁରକ୍ଷା ସେନା” ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଠାରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।
ପୁରୀରେ ଶ୍ରୀମନ୍ଦିର ପାଖରେ ଯେଉଁଭଳି ଭାବରେ ମଠ ଓ ମନ୍ଦିରକୁ ପ୍ରଶାସନ ପକ୍ଷରୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଉଚ୍ଛେଦ କରାଯାଉଛି ଓଡିଶା ସୁରକ୍ଷା ସେନା ତରଫରୁ ନିନ୍ଦା କରାଯାଉଛି।
ବିକାଶର ଦ୍ୱାହିଦେଇ ସ୍ବେଚ୍ଛାଚାରିତା ର ସମସ୍ତ ସୀମା କୁ ଲଙ୍ଘି ଶହଶହ ବର୍ଷ ର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ର ଅଭିନ୍ନ ଅଙ୍ଗ ଏବଂ ମୂକସାକ୍ଷୀ ରୂପେ ସୁନାମ ଅର୍ଜନ କରିଥିବା ଏହି ମଠ ଓ ମନ୍ଦିର କୁ ଯେଉଁ ଭଳି ଭାବେ ଭାଙ୍ଗି ମାଟିରେ ମିଶେଇ ଦିଆଯାଉଛି ତାହା ଅତ୍ୟନ୍ତ ଉଦବେଗଜନକ ଅଟେ।
ପ୍ରଶାସନ ନିର୍ଲଜ ଭାବରେ ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ରଖୁଥିବା ମଠ ଓ ମନ୍ଦିର ଗୁଡିକ ଭାଙ୍ଗି ହିନ୍ଦୁମାନଙ୍କ ର ଭାବନା କୁ ଶକ୍ତ ଆଘାତ ଦେଇଛନ୍ତି।
ରାଜ୍ୟସରକାର କାହିଁକି କେବଳ ହିନ୍ଦୁ ମଠ ମନ୍ଦିର ଉପରରେ ଦାଉ ସାଧୁଛନ୍ତି? ହିନ୍ଦୁ ମଠ ଓ ମନ୍ଦିର ଉପରେ ସରକାର ଯେଉଁ ଦାଉ ସାଧୁଛନ୍ତି ସେଭଳି ଆକ୍ରୋଶ ମୂଳକ ପଦକ୍ଷେପ କଣ ମୁସଲମାନ ଓ ଖ୍ରୀଷ୍ଟିଆନ ମାନଙ୍କର ଧାର୍ମିକସ୍ଥଳୀ ଉପରେ ନେବାର ସତସାହସ ଦେଖିପାରିବେ କି? ବୋଲି ପ୍ରଶ୍ନ କରିଛନ୍ତି ସୁରକ୍ଷା ସେନା ମୁଖ୍ୟ ଅଭିଷେକ ଯୋଶୀ।
ସରକାରଙ୍କର ଏହି ହିନ୍ଦୁବିରୋଧୀ ମାନସିକତା କୁ ଓଡିଶା ସୁରକ୍ଷା ସେନା ତୀବ୍ର ବିରୋଧ କରୁଛି ଏବଂ ଏହି ସନ୍ଦର୍ଭରେ ଆଜି ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଗିରିଜା ପ୍ରସନ୍ନ ଦାସ, ସବ୍ୟସାଚୀ ଶତପଥି ଓ ଦିନେଶ ଅଗ୍ରୱାଲ ଓଡ଼ିଶା ହାଇକୋର୍ଟରେ ଏକ ଜଣ ସ୍ୱାର୍ଥ ମାମଲା (ରୁଜୁ କରିଛନ୍ତି । ଉକ୍ତ ମାମଲାକୁ ଯୁବ ଆଇନଜୀବୀ ରମାକାନ୍ତ ପଣ୍ଡା ପରିଚାଳନା କରୁଥିବା ବେଳେ ତାଙ୍କୁ ଆଇନଜୀବୀ ତଥା ସୁରକ୍ଷା ସେନା ସାଧାରଣ ସମ୍ପାଦକ ସତ୍ୟବ୍ରତ ପଣ୍ଡା ସାହାଯ୍ୟ କରୁଛନ୍ତି।