ବିଧାନସଭା ଭଳି ପବିତ୍ର ଗୃହରେ ବିରୋଧୀ ଦଳ ଉପନେତା ତଥା ବିଧାୟକ ବିଷ୍ଣୁ ସେଠି ମୁସଲିମ ମହିଳାମାନଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ସମଗ୍ର ନାରିଜାତି କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି କଂଗ୍ରେସ।ଗୁରୁବାର ଦିନ ବିଧାନସଭା ରେ ଶୂନ୍ୟକାଳ ରେ ତିନି ତଲାକ ବିଲ ଉପରେ ଆଲୋଚନା ଚାଲିଥିଲା ବେଳେ ଶ୍ରୀ ସେଠି କହିଥିଲେ ଯେ ତିନି ତଲାକ ପିଡିତା ବହୁ ମୁସଲିମ ମହିଳା ମାନେ ଦେହ ବ୍ୟବସାୟରେ ଲିପ୍ତ ରହୁଛନ୍ତି।ଯେ କୌଣସି ପରିପେକ୍ଷି ରେ ତାଙ୍କର ଏଭଳି ଅରୁଚିକର ମନ୍ତବ୍ୟ ସର୍ବଦା ନିନ୍ଦନୀୟ।ଏହାର ପ୍ରତିବାଦ ରେ କଂଗ୍ରେସ କହିଛି ଯେ ଭାରତୀୟ ସଂସ୍କୃତି ରେ ନାରୀମାନଙ୍କ ସ୍ଥାନ ସର୍ବଦା ଉଚ୍ଚରେ ।ତାଙ୍କର ଏଭଳି ମନ୍ତବ୍ୟ ରୁ ସ୍ପଷ୍ଟ ପ୍ରତ୍ୟୟ ହେଉଛି ଯେ ବିଜେପି ଓ ତାଙ୍କ ନେତା ମାନଙ୍କର ଏହା ଏକ କୁସ୍ଚିତ ମାନସିକତାର ପରିଚୟ।ଏଥିପାଇଁ ସେ ଗୃହରେ କ୍ଷମା ମାଗନ୍ତୁ ନହେଲେ କଂଗ୍ରେସ ଧାରଣା ରେ ବସିବା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆସେଲ ମୁଖ୍ୟ ଶ୍ରୀ ସତ୍ୟ ପ୍ରକାଶ ନାୟକ,ମୁଖପାତ୍ର ରଜନୀ ମହାନ୍ତି,ପ୍ରଶାନ୍ତ ଶତପଥି,ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।
ବିଜେପି ବିଧାୟକ ଦଳ ଉପ ନେତା ବିଷ୍ଣୁ ସେଠୀ ଅଶାଳୀନ ମନ୍ତବ୍ୟକୁ ବିରୋଧ କଲା କଂଗ୍ରେସ।
Click for Any Complaint Regarding This News
AAA Online Services