ଭୁବନେଶ୍ବର : ଓଡିଶା ପୋଲିସ ସଂଘର ସଭାପତି ତଥା ଏସିପି ସତ୍ୟଜିତ୍ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି ଗୃହ ବିଭାଗ। ବାଲିଆପାଳରେ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ସେ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଅସୁରକ୍ଷିତ ବୋଲି କହିଥିଲେ । ଡାକ୍ତରଙ୍କୁ ସ୍ବତନ୍ତ୍ର ଆଇନ ବଳରେ ସୁରକ୍ଷା ପ୍ରଦାନ ଭଳି ପୋଲିସକୁ ମଧ୍ୟ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବାକୁ ଦାବୀ କରିଥିଲେ ।
ପୋଲିସ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବାବେଳେ ଖୋଦ ପୋଲିସ ନିଜ ସୁରକ୍ଷା ପାଇଁ ଦାବି କରିବା ରାଜ୍ୟ ଗୃହ ଭିଭାଗକୁ ବରଦାସ୍ତ ହୋଇନାହିଁ । ଏଥିପାଇଁ ତାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।