ଲୋକାର୍ପିତ ହେଲା ସରୋଜିନୀ ମିଶ୍ରଙ୍କ “ପ୍ରତିବିମ୍ବ”

Advertisement
Advertisement
Click for Any Complaint Regarding This News
AAA Online Services

ସ୍ଥାନୀୟ ହୋଟେଲ ପ୍ରେସିଡେନ୍ସି ହୋଟେଲ ସଭାକକ୍ଷରେ ଶ୍ରୀମତୀ ସରୋଜିନୀ ମିଶ୍ରଙ୍କ ଦ୍ୱାରା ହିନ୍ଦୀରୁ ଅନୁଦିତ ଗଳ୍ପ ପୁସ୍ତକ ‘ପ୍ରତିବିମ୍ବ’ ଲୋକାର୍ପିତ ହୋଇଯାଇଛି।ବିଶିଷ୍ଟ ଅନୁବାଦିକା ଶ୍ରୀମତୀ ସାରଦା ରଥଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଡାକ୍ତର ସଂଘମିତ୍ର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ରବୀନ୍ଦ୍ର ନାଥ ଦାସ,ଲାର୍କ ବୁକ୍ସ ର ସୁନାମଧନ୍ୟ ପ୍ରକାଶକ ଶ୍ରୀଯୁକ୍ତ ମହେନ୍ଦ୍ର ମିଶ୍ର ଓ ଇସ୍ରୋ ଉପଗ୍ରହ କେନ୍ଦ୍ର ର ବିଶିଷ୍ଟ ବୈଜ୍ଞାନିକ ତଥା ବିଜ୍ଞାନ ସାହିତ୍ୟ ଲେଖକ ଶ୍ରୀଯୁକ୍ତ କାର୍ତିକ ଚନ୍ଦ୍ର ସ୍ୱାଇଁ।ଅନୁବାଦିକା ପୁସ୍ତକଟିର ଆକ୍ଷରିକ ଅନୁବାଦ ନକରି ନିଜେ ଗପଗୁଡିକୁ ଅନୁସୃଜନ କରିଥିବାରୁ ତାହା ଏକ ଉଚ୍ଚକୋଟୀର ପୁସ୍ତକ ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ନାରୀ ମନସ୍ତତ୍ୱ ଓ ନାରୀ ଭୋଗ କରୁଥିବା ଯନ୍ତ୍ରଣାକୁ ନେଇ ରଚିତ ଭାରତୀୟ ଭାଷାର ଗଳ୍ପଗୁଡିକୁ ଚୟନ କରିଥିବାରୁ ସରୋଜିନିଙ୍କୁ ଯଥେଷ୍ଟ ପାଠକୀୟ ଶ୍ରଦ୍ଧା ପ୍ରାପ୍ତ ହେବ ବୋଲି ମଧ୍ୟ ବକ୍ତାମାନେ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ କବି ଡାକ୍ତର ସୁଷମା ମିଶ୍ର,ସୁଲେଖିକା ପ୍ରବୀଣା ମହାନ୍ତି,କବି ପ୍ରଭାକର ମହାପାତ୍ର,ଯୁବ ଉପନ୍ୟାସିକା ଦୀପ୍ତି ମହାନ୍ତି ଇତ୍ୟାଦି ଅନେକ ସ୍ରଷ୍ଟା ଓ ଶୁଭେଛୁ ଉପସ୍ଥିତ ଥିବା ବେଳେ ଶ୍ରୀମତୀ ମମତା ରଥ ସ୍ୱାଗତ ଅଭିଭାଷଣ ଦେଇ ଉତ୍ସବ ପରିଚାଳନା କରିଥିଲେ।କବି ତଥା କାବ୍ୟଲୋକର ପ୍ରକାଶକ ଶ୍ରୀ ଭିକାରି ଧଳ ଧନ୍ୟବାଦ ପ୍ରଦାନ କରିବା ସହିତ ‘ପ୍ରତିବିମ୍ବ’ର ଗଳ୍ପଗୁଡ଼ିକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।

Please Share

Leave a Reply

Your email address will not be published. Required fields are marked *