ମାନବ ବିହୀନ ଲେଭଲ କ୍ରସିଂ ଅପସାରଣ କ୍ଷେତ୍ରରେ ପୂର୍ବତଟ ରେଳପଥ ପୁରସ୍କୃତ

Advertisement
Advertisement
Click for Any Complaint Regarding This News
AAA Online Services
√■     ୨୦୧୮ ଏପ୍ରିଲ ପହିଲା ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ରେ ୧୧୭ ଟି ମାନବ ବିହୀନ ଲେଭଲ କ୍ରସିଂ ଥିଲା
√■     ଲକ୍ଷ୍ୟ ଧାର୍ଯ୍ୟ ସମୟ ସୀମା ପୂର୍ବରୁ ବିଭିନ୍ନ ମାଧ୍ୟମରେ ଅପସାରଣ 
•     ୧୩ଟି ରୋଡ଼ ଅଣ୍ଡର ବ୍ରିଜ ବା ଉପ ମାର୍ଗ ନିର୍ମାଣ ମାଧ୍ୟମରେ
•     ୦୭ଟି ମାର୍ଗ ପରିବର୍ତ୍ତନ ମାଧ୍ୟମରେ
•     ୯୭ଟି ଜଗୁଆଳି ସୁବିଧା ପ୍ରଦାନ ମାଧ୍ୟମରେ
ନିଜ ପରିସୀମା ମଧ୍ୟରୁ ଲକ୍ଷ୍ୟ ଧାର୍ଯ୍ୟ ଠାରୁ ବହୁ ପୂର୍ବରୁ ମାନବ ବିହୀନ ରେଳବାଇ ଲେଭଲ କ୍ରସିଂ କୁ ଅପସାରଣ କରିବା କ୍ଷେତ୍ରରେ ପୂର୍ବତଟ ରେଳପଥ କୁ ହରିୟାଣା ର ଆମ୍ବାଲା ଠାରେ ୬୪ ତମ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ ରେ ଗତ ରବିବାର ଦିନ ପୁରସ୍କୃତ କରାଯାଇଅଛି I

ରେଳବାଇ ରେ ଉଭୟ ରେଳ ଓ ରାସ୍ତା ବ୍ୟବହାରକାରୀଙ୍କ ସଂରକ୍ଷା ପାଇଁ ଉଲ୍ଲେଖନୀୟ ପଦକ୍ଷେପ ନେଇ ଲକ୍ଷ୍ୟ ଧାର୍ଯ୍ୟ ଠାରୁ ବହୁ ପୂର୍ବରୁ ମାନବ ବିହୀନ ରେଳବାଇ ଲେଭଲ କ୍ରସିଂ କୁ ଅପସାରଣ କରିବା କ୍ଷେତ୍ରରେ ଅବଦାନ ପାଇଁ   କେନ୍ଦ୍ର ରେଳ ରାଷ୍ଟ୍ର  ମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗIଡ଼ି ଓ ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ଏମ.ଏଲ.ଖଟ୍ଟର ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଙ୍କୁ ପୁରସ୍କୃତ କରିଛନ୍ତି I

ଏଠାରେ ଦର୍ଶାଯାଇପାରେ ଯେ ୨୦୧୮ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ରେ ୧୧୭ ଟି ମାନବ ବିହୀନ ଲେଭଲ କ୍ରସିଂ ଥିଲା I ୨୦୧୮-୧୯ ଆର୍ଥିକ ବର୍ଷ ପୂର୍ବରୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ବିଭିନ୍ନ ଉପାୟରେ ଯଥା ରୋଡ଼ ଅଣ୍ଡର ବ୍ରିଜ ବା ଉପ ମାର୍ଗ ନିର୍ମାଣ ମାଧ୍ୟମରେ ୧୩ଟି, ମାର୍ଗ ପରିବର୍ତ୍ତନ ମାଧ୍ୟମରେ ୦୭ଟି ଏବଂ ଜଗୁଆଳି ସୁବିଧା ପ୍ରଦାନ ମାଧ୍ୟମରେ ୯୭ଟି ମାନବ ବିହୀନ ରେଳବାଇ ଲେବଲ କ୍ରସିଂ କୁ ଅପସାରଣ କରାଯାଇଅଛି I  ଗତ ପାଞ୍ଚବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ଏହାର ପରିସୀମା କ୍ଷେତ୍ରରୁ ସମୁଦାୟ ୫୨୫ଟି ମାନବ ବିହୀନ ରେଳବାଇ ଲେବଲ କ୍ରସିଂ କୁ ଅପସାରଣ କରିପାରିଛି I

ରେଳବାଇ ପାଇଁ  ମାନବ ବିହୀନ ରେଳବାଇ ଲେବଲ କ୍ରସିଂ କୁ ଅପସାରଣ କରିବା ଏକ ମିଶନ ଆଇଟମ ବା କାର୍ଯ୍ୟ ଅଟେ I ଦେଶରେ ମାନବ ବିହୀନ ରେଳବାଇ ଲେବଲ କ୍ରସିଂ ମାନଙ୍କଠାରେ ରାସ୍ତା ବ୍ୟବହାରକାରୀଙ୍କୁ ନେଇ ବହୁ ଦୁର୍ଘଟଣା ଘଟୁଥିଲା I  ଏବେ ମାନବ ବିହୀନ ରେଳବାଇ ଲେବଲ କ୍ରସିଂ କୁ ଅପସାରଣ କରିବା ଦ୍ୱାରା ରେଳବାଇ ରେ ଦୁର୍ଘଟଣା ହ୍ରାସପାଇବା ସହିତ ଟ୍ରେନ ଚଳାଚଳ ଦୃଷ୍ଟିକୋଣ କ୍ଷେତ୍ରରେ ନିରାପଦ ହୋଇପାରିଛି I ଏବେ ଗହଳି ବା ଭିଡ ରହୁଥିବା ମାନବ ରହିତ ରେଳବାଇ ଲେବଲ କ୍ରସିଂ ଠାରେ ରୋଡ଼ ଓଭର ବ୍ରିଜ (ଆରଓବି) କିମ୍ବା ରୋଡ଼ ଅଣ୍ଡର ବ୍ରିଜ (ଆରୟୁବି)/ଉପାମାର୍ଗ ନିର୍ମାଣ କରିବା ପାଇଁ ରେଳବାଇ ଧ୍ୟାନ ଦେଉଅଛି I

Please Share

Leave a Reply

Your email address will not be published. Required fields are marked *