ଭୁବନେଶ୍ୱର : ଦିନ ପ୍ରତିଦିନ ଓଡ଼ିଶା ରେ କୋରୋନା ଦିନ କୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତିଦିନ ଶହ ଶହ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ସମୟରେ କିଛି ଆକ୍ରାନ୍ତ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ରେ ପହଞ୍ଚି ଅଛି । ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଦିଆଯାଇଥିବା ସୂଚନା ମୁତାବକ କାଲି ଓଡ଼ିଶା ରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ କାଲି ର ଏହି ୭ ନୂଆ ମାମଲା କୁ ମିଶାଇ ରାଜ୍ୟ ରେ ଏଯାବତ୍ ୧୪୭ ଜଣ ଲୋକ ପ୍ରାଣ ହରାଇଛନ୍ତି । ସେମାନେ ହେଲେ
୧. ସୁନ୍ଦରଗଡ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ |
୨. ଖୋର୍ଦ୍ଦା ଜିଲ୍ଲାର ଭୁବନେଶ୍ୱର ର ଜଣେ ୪୫ ବର୍ଷ ବୟସ୍କ ମହିଳା ଯିଏ ମଧୁମେହ ରେ ପୀଡିତ ଥିଲେ |
୩. ଗଞ୍ଜାମ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ମହିଳା |
୪. ଗଞ୍ଜାମ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ |
୫. ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ।
୬. କଟକ ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ |
୭. ମାଲକାନଗିରି ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ରେ ପୀଡିତ ଥିଲେ |