ଶ୍ରୀନଗର : ଶନିବାର ଦିନ ଏକ ଏକାଉଣ୍ଟର ରେ ଜମ୍ମୁ – କାଶ୍ମୀର ରେ ଆତଙ୍କବାଦୀ ଅଲଆଉଟ୍ ଅଭିଯାନ କୁ ବହୁତ ବଡ଼ ସଫଳତା ମିଳିଛି । ଜମ୍ମୁ – କାଶ୍ମୀର ପୋଲିସ ଦ୍ବାରା ଦିଆଯାଇଥିବା ସୂଚନା ମୁତାବକ ଶନିବାର ଏକାଉଣ୍ଟର ରେ ଲସ୍କର ର ଟପ୍ ଆତଙ୍କବାଦୀ ଇଶଫାକ ରସିଦ ଖାନ ର ମୃତ୍ୟୁ ଘଟିଛି । ଏହି ଏକାଉଣ୍ଟର ପରେ ଶ୍ରୀନଗର ଆତଙ୍କବାଦୀ ମୁକ୍ତ ହୋଇଥିବା ଜମ୍ମୁ – କାଶ୍ମୀର ପୋଲିସ ସ୍ପଷ୍ଟ କରିଛି।
ଆଇଜି କାଶ୍ମୀର ବିଜୟ କୁମାର ଟ୍ୱିଟରରେ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ଶ୍ରୀନଗରର କୌଣସି ବ୍ୟକ୍ତି ବର୍ତ୍ତମାନ କୌଣସି ଆତଙ୍କବାଦୀ ଗୋଷ୍ଠୀରେ ସକ୍ରିୟ ନୁହଁନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୫, ୩୦୧୯ ରେ ଧାରା ୩୭୦ ରଦ୍ଦ କରିବାର ବଡ ନିଷ୍ପତ୍ତି ପରେ ଉପତ୍ୟକାରେ ଆତଙ୍କବାଦୀ ଙ୍କ ସଂଖ୍ୟା ରେ ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଥିଲା। ସୂତ୍ରରୁ ଜଣାପଡିଛି ଯେ ଏହି ଘଟଣା ର ସୁବିଧା ନେଇ ପାକିସ୍ତାନ ତରଫରୁ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ବାରମ୍ବାର ପ୍ରୟାସ କରାଯାଇଥିଲା । ପାକିସ୍ତାନ ସେନା ତଥା ପାକିସ୍ତାନ ଗୁପ୍ତଚାରୀ ସଂସ୍ଥା ଆଇ ଏସ ଆଇ ଙ୍କ ସାହାଯ୍ୟରେ ବହୁ ଆତଙ୍କବାଦୀ ସଂଗଠନ ନିୟନ୍ତ୍ରଣ ରେଖା ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଯଦିଓ ଅନେକ ଅନୁପ୍ରବେଶକାରୀ ଏଥିରେ ସଫଳ ହୋଇଥିଲେ |