ବରୀ : କରୋନା ରୋଗୀ ଙ୍କ ଚିକିତ୍ସା ରେ ପ୍ଳାଜମା ଥେରାପିର ମହତ୍ୱ ପୂର୍ଣ ଭୂମିକା ଥିବାରୁ ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଓ ବିଧାୟିକା ବିଧାୟକ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି, ଏହି ନିର୍ଦ୍ଧେଶ କୁ ବରୀ ବିଧାୟିକା ସୁନନ୍ଦା ଦାସ ପାଳନ କରି ଶନିବାର ଏହି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଂଚାୟତ ବୁଲି ଛନ୍ତି ,ପ୍ରଥମ ଦିନ ୧୪ ଜଣ ସୁସ୍ଥ ହୋଇ ଫେରିଥିବା କରୋନା ରୋଗୀଙ୍କୁ ଭେଟି ପ୍ଳାଜମା ଦାନ କରିବା ପାଇଁ ବୁଝାଇ ଥିବା ଦେଖିବାକୁ ମିଳିଛି, ବିଧାୟିକା ଦାସ ଙ୍କ ଏଭଳି ଉଦ୍ୟମ କୁ ସୁସ୍ଥ ହୋଇ ଫେରିଥିବା କରୋନା ରୋଗୀ ମାନେ ପ୍ରଶଂସା କରିଛନ୍ତି।
ମାନନୀୟ ମୂଖ୍ୟମନ୍ତ୍ରୀଙ୍କ ଆହ୍ବାନ କୁ ସାକାର କରିବା ପାଇଁ ପ୍ଲାଜମା ଦାନ ବିଷୟରେ ବୁଝାଇଥିଲେ। ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେବାକୁ ଅନୁରୋଧ କରିଥିଲେ। କରୋନା ସଂକ୍ରମିତଙ୍କ ମଧ୍ୟରେ ବରୀ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ବିଜୟାଲକ୍ଷ୍ମୀ ସେଠୀ,ଚନ୍ଦନପୁର ପଞ୍ଚାୟତର ଶ୍ରୀମତୀ ଉଷାରାଣୀ ସାହୁ,ରତ୍ନଗିରି ପଞ୍ଚାୟତର ଶ୍ରୀମତୀ କନକଲତା ପ୍ରଧାନ, ଶ୍ରୀଯୁକ୍ତ ଅଜୟ କୁମାର ଜେନା,ଶ୍ରୀଯୁକ୍ତ ସଞୟ କୁମାର ଜେନା, କିମ୍ଭିରୀଆପାଳ ର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ ଓ ଦୀନବନ୍ଧୁ ସାହୁ ପ୍ରଭୁତି ଅନ୍ୟତମ। ଏହି କାର୍ଯ୍ୟକ୍ରମ ରେ ବରୀ ବିଜେଡି ସଭାପତି କେଦାର ସାମଲ, ସଂଯୋଜକ ଦେବେନ୍ଦ୍ର ଦାସ, ଅଶୋକ ସାମଲ, ସଦିଚ୍ଛା ସାମଲ, ସମ୍ବିତ ସାମଲ ଓ ବହୁ କର୍ମୀ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଙ୍କ ଆହ୍ବାନ କ୍ରମେ ପ୍ଲାଜମା ଦାନ ପାଇଁ ସଚେତନ କରୁଛନ୍ତି, ବରୀ ବିଧାୟିକା ସୁନନ୍ଦା ଦାସ
Click for Any Complaint Regarding This News
AAA Online Services